Prastara Murti – ପ୍ରସ୍ତର ମୂର୍ତ୍ତି

 

 

ତୁମେ କେବେ ବୁଝ କି ?
ପ୍ରସ୍ତର ମୂର୍ତ୍ତିର ବି ଜୀବନ ଅଛି
ଅଙ୍ଗେ ଅଙ୍ଗେ ଭରି ଦିଏ ପ୍ରୀତିର ପ୍ଲାବନ
ଆଉ ଅନ୍ତରେ ଭରିଦିଏ କେତେ ଶିହରଣ
ମୁଦ୍ରାରେ ତାର ସାଇତା କେତେ ଯେ କମ୍ପନ
ନିତି ନିଶାର୍ଦ୍ଧରେ ସେ ଜୀବନ୍ଯାସ ପାଏ
ଗଢିଦିଏ ଅନେକ ଭାବୁକ , କବି ଓ କଳାକାର !
ରୁଣୁଝୁଣୁ ନୁପୂର ନିନାଦେ ଗାଇଯାଏ
କେତେ ଇତିହାସ,ରାଜା ଓ ରାଣୀଙ୍କ
ମିଳନ ଓ ବିରହ ସଂଗୀତ
ସୂର୍ଯ୍ଯୋଦୟ ମାତ୍ରେ ନିର୍ଜୀବ ପାଲଟେ
ଦର୍ଶନୀୟ, ସ୍ଥିର, ଅଚଂଚଳ 
କେବେ ଦେଖିଛ କି ?
ପ୍ରସ୍ତର ମୂର୍ତ୍ତିର ଶିରା ପ୍ରଶିରାରେ ପ୍ରବାହିତ
ଶୀଳ୍ପୀର ରକ୍ତଧାର !
ତାର ଜୀବନବ୍ଯାପୀ ସାଧନାର
ସମାହିତ ଇସ୍ତାହାର
ଆଉ,ଏ ମଣିଷ ତ ନିର୍ଜୀବ !
ସମାଜ,ଆଇନ୍ କାନୁନ୍ ଓ ରକ୍ଷଣଶୀଳତାର
ପ୍ରତି ପଦେ ପଦେ ବନ୍ଦୀ କରି
ମଣିଷକୁ ଦେଉଥାଏ ଜୀବନ୍ତସମାଧି
ରକ୍ତ , ମାଂସ କୋରି ଖାଇବାରେ
ଲଭିଥାଏ ପୁଣ୍ଯ ଓ ପୂର୍ଣ୍ଣତା
ଫେରିଯାଅ ରାମଚନ୍ଦ୍ର
ମୁଁ ତ ଅହଲ୍ଯା ସାଜିଛି
ଆଉ ଆବୋରି ନେଇଛି
ସମାଜର ତଥାକଥିତ ବଡପଣ୍ଡାମାନଂକର
ନିୟମକାନୁନ୍ ଓ ପକ୍ଷପାତିତାର
ଧର୍ମ ଦଣ୍ଡୀକୁ :
ଲୋଡା ନାହିଁ ପାଷାଣୀରୁ ନାରୀ ସାଜି
ରକ୍ତମୁଖାଧାରୀ ଦାନବମାନଙ୍କର
ଶକ୍ତ ପନ୍ଝାରେ ନିଷ୍ପେସିତ ହେବା
ତା ଠାରୁ ଢେର୍ ଭଲ ବରଂ
ଏମିତି ମୂର୍ତ୍ତି ହୋଇ ପଡିରହିବା

 

 

0 0 votes
Article Rating
Subscribe
Notify of
guest

0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x