Odia Bhajan – Ganesh Vandana
Ganesha -the remover of obstacles .This Odia bhajan –
Ganesh vandana is dedicated to the pada padma of
Lord Ganesh
ଏହିଓଡିଆଭଜନ – ଗଣେଶବନ୍ଦନା ( Odia bhajan – Ganesh
vandana ) ବିଘ୍ନହର୍ତ୍ତାଗଣେଶଙ୍କପାଦପଦ୍ମରେଉତ୍ସର୍ଗୀକୃତ
Ganesh vandana
ଗଣେଶ ବନ୍ଦନା….
ଅଗ୍ରପୂଜ୍ୟ ଶ୍ରୀଗଣେଶ ପ୍ରଭୁ ଗଜାନନ
ବିଦ୍ୟା,ବୁଦ୍ଧି ଜ୍ଞାନଦାତା ବିଘ୍ନ ବିନାଶନ
ଜାଣେ ନାହିଁ ମନ୍ତ୍ର ତନ୍ତ୍ର ପୂଜା ଆରାଧନା
ଘେନାକର ତବ ପାଦେ ଭକତି ଭାବନା
ଓଁ ନମୋ ଗଣେଶ ନମୋ ନମଃ ।
ଅଙ୍ଗ ମଳୁଖରୁ ଜାତ ଗଉରୀ ନନ୍ଦନ
ପିତା କଇଳାସପତି ପ୍ରଭୁ ଶଙ୍କର୍ଷଣ
ମାତା ଆଜ୍ଞା ପାଳି ଜଗିଥିଲ ଗୁମ୍ଫା ଦ୍ଵାର
ପିତାଙ୍କ କୋପେ କଟିଗଲା ତବ ଶିର
ଓଁ ନମୋ ଗଣେଶ ନମୋ ନମଃ ।
ତବ ଶିରେ ଲାଗେ ଯେବେ ଗଜର ମସ୍ତକ
ପୁଷ୍ପ ବୄଷ୍ଟି କଲେ ସର୍ବେ ଦେବତା ଯେତକ
ଦରଶନ ଦେଲ ପ୍ରଭୁ ପିତାମାତା କୋଳେ
ଦେବା ଦେବୀ ଆଶୀର୍ବାଦ ଝରେ ତବଶିରେ
ଓଁ ନମୋ ଗଣେଶ ନମୋ ନମଃ ।